Words produce power when they ere being used, and being powerful with meanings. The Research Article ” शब्दह्रह्म युगे युगे” has been published with the effective discussion of Word(शब्द) as omnipresent and its ultimate power in various Vedic Literature and in different Eras.
Blog
-
आरोग्यं भास्करादिच्छेत्/ārogyaṃ bhāskarādicchet
Health is Wealth. Without a good Health nobady can perform a life with a list of responsibilities and Moral Cunducts. The Research Article “आरोग्यं भास्करादिच्छेत्” on health concepts based on Vedic Principles is an effective publication. This research outcome may help the health seekers nowadays.
-
ପାଣିକୁ ଉଦକ କାହିଁକି କୁହାଯାଏ ?

•ଜଳ, ପାଣି, ନୀର ଏପରି ବେଦରେ ପାଣିର ଶହେଟି ନାମ ବର୍ଣନା କରାଯାଇଛି। ତନ୍ମଧ୍ୟରୁ ଉଦକ ହେଉଛି ଅନ୍ୟତମ । ହେଲେ ଏ ଉଦକ ଶବ୍ଦଟି ଆସିଲା କିପରି? ବୈଦିକ-ନିରୁକ୍ତକାର ୟାସ୍କ କହନ୍ତି – “ଉନତ୍ତୀତି ସତଃ” – ଉନତ୍ତି ମାନେ ଓଦା କରିବା। ଉନ୍ଦୀ କ୍ଳେଦନେ ଧାତୁରୁ ଉନତ୍ତି ରୂପ ହୋଇଛି । ପାଣି ଯେଉଠି ଯେ ସ୍ଥାନକୁ ଯାଏ ସେ ସ୍ଥାନ ବା ବସ୍ତୁ-ପଦାର୍ଥକୁ ଓଦା କରିଦିଏ । ବସ୍ତୁ-ପଦାର୍ଥମାନଙ୍କୁ ଓଦା କରିଦେଉଥିବାରୁ ତାହାର ଉନତ୍ତୀତି ସତଃ ନିର୍ବଚନ ହୋଇ ଉଦକ ନାମଟି ଜଳ ବା ପାଣି ଅର୍ଥରେ ସ୍ୱୀକାର କରାଯାଇଛି।

• ସମସ୍ତେ ଜାଣନ୍ତି ଏହି ଜଳ ସାଧାରଣତଃ ନଦୀମାନଙ୍କରେ ପ୍ରବାହିତ ହେଉଥାଏ। ନାମାନ୍ୟୁତ୍ତରାଣି ସପ୍ତତ୍ରିଂଶତ୍। ଅର୍ଥାତ୍ ବେଦରେ ନଦୀର ସଇଁତିରିଶଟି ନାମର ବର୍ଣନା ଦେଖିବାକୁ ମିଳେ । ତେବେ ମନରେ ପ୍ରଶ୍ନ ଉଠେ ଏହି ଜଳ ପ୍ରବାହମାନ ସ୍ଥାନକୁ ନଦୀ କାହିଁକି କୁହାଯାଏ, ଏହି ନଦୀ ନାମଟି ଆସିଲା କିପରି ? ଏପ୍ରସଙ୍ଗରେ ବୈଦିକନିରୁକ୍ତ କହେ – “ନଦମା ଇମା ଭବନ୍ତି ଶବ୍ଦବତ୍ୟଃ” – ଏହା ପ୍ରବାହ ସମୟରେ ଶବ୍ଦ କରିଥାଏ। ଶବ୍ଦ କରୁଥିବାରୁ ଏହାର ନାମ ନଦୀ ହେଲା।
•ମନ୍ତ୍ରରେ ନଦୀମାନଙ୍କର ଗୌଣ ଭାବରେ, ଅନ୍ୟ ଦେବତାମାନଙ୍କ ସହିତ ବର୍ଣନା ଦେଖାଯାଏ, କିନ୍ତୁ ମୁଖ୍ୟରୂପରେ ବହୁତ କମ୍ ବର୍ଣନା ମିଳେ। ଇତିହାସରେ ଏପରି ବର୍ଣନା ମିଳେ – ବିଶ୍ୱାମିତ୍ରର ଅର୍ଥ ସର୍ବମିତ୍ର,(ସର୍ବଂ କସ୍ମାତ୍ ? ସର୍ବଂ ସଂସୃତମ୍-ସୃ ଗତୌ) ଯିଏ ସବୁ ଆଡେ ଯାଇଥାଏ, ଏପରି ଅର୍ଥକୁ ନେଇ ସର୍ବ ଶବ୍ଦ ଆସେ। ବିଶ୍ୱାମିତ୍ର ନଦୀ ମାନଙ୍କର ଏପରି ସ୍ତୁତି କରନ୍ତି – ହେ ନଦୀ ! ତୁମେ କମ ପାଣି ବାଲା ହୋଇଯାଅ ।
“ରମଧ୍ୱ ମେ ବଚତେ ସୋମ୍ୟାୟ ଋତାବରୀରୁପ ମୁହୂର୍ତ୍ତମେବୈଃ।
ପ୍ର ସିନ୍ଧୁମଚ୍ଛା ବୃହତୋମନୀଷାବସ୍ୟୁରହ୍ୱେ କୁଶିକସ୍ୟ ସୂନୁଃ।।”•ଋତାବରୀଃ – ହେ ଅଧିକ ଜଳଯୁକ୍ତ ନଦୀ, ମୁହୂର୍ତ୍ତମ୍ – ଅଳ୍ପ ସମୟ ପାଇଁ, ମେ ସୋମ୍ୟାୟ ବଚସେ – ମୋର ଶାନ୍ତିପୂର୍ଣ ବଚନ ଶୁଣିବା ପାଇଁ, ଏବୈଃ ଉପରମଧ୍ୱମ୍ – ତୁମର ପାଣିକୁ କମ୍ କରି ରହିଯାଅ। ଏବୈଃ(ଅବନୈଃ,ଅୟନୈଃ) – ଅର୍ଥାତ୍ ମୋର ସୁରକ୍ଷା ପାଇଁ ତୁମେ ସେଠାରେ ରହିଯାଅ। କୁଶିକସ୍ୟ ସୂନୁଃ – ମୁଁ କୁଶିକ ନନ୍ଦନ ବିଶ୍ୱାମିତ୍ର, ଅବସ୍ୟୁଃ – ନଦୀ ପାର ହେବାକୁ ଇଚ୍ଛା କରି ଏଠାରେ ନଦୀକୁ ନିବେଦନ କରୁଛି। ଋତମ୍ ଇତି ଉଦକ ନାମ – ଋତଂ ଜଳ ବାଚକ ଅଟେ, ପ୍ରତ୍ୟୃତଂ ଭବତି – ସବୁ ଆଡେ ବ୍ୟାପି ରହିଥାଏ, ସୁଲଭ ଅଟେ। ମୁହୂର୍ତ୍ତଃ ମୁହୁର୍ଋତୁଃ – ବହୁତ କମ ସମୟ। ଋତୁ ଅର୍ତେଃ ଗତିକର୍ମଣଃ – ଗତ୍ୟର୍ଥକ ଋ ଧାତୁରୁ ଋତୁ ଶବ୍ଦ ଆସିଛି। ମୁହୁଃ ମୂଢ ଇବ କାଳଃ – ମୁହୁ ର ଅର୍ଥ ଖୂବ କମ ସମୟ, ଯାହା ଜଣା ବି ପଡେନାହିଁ। ଏହି ପରି ମୁହୁଃ+ଋତୁଃ ସଂଯୋଗରେ ଅତ୍ୟଳ୍ପ କାଳ ଅର୍ଥରେ ମୁହୂର୍ତ୍ତ ଶବ୍ଦର ପ୍ରୟୋଗ। ମୁହୂର୍ତ୍ତ ଓ ଅଭୀକ୍ଷ୍ଣ ସମାନାର୍ଥକ ଅଟନ୍ତି। ଅଭୀକ୍ଷ୍ଣଂ- ଅଭିକ୍ଷଣଂ ଭବତି – କ୍ଷଣ ମାତ୍ର କାଳ। କ୍ଷଣଃ କ୍ଷଣୋତେଃ – ହିଂସାର୍ଥକ କ୍ଷଣୁ ଧାତୁ, ପ୍ରକ୍ଷ୍ଣୁତଃ କାଳଃ – ଅର୍ଥାତ୍ ହିଂସିତ କାଳ ବହୁତ କମ୍ ସମୟ। କାଳଃ କଳୟତେଃ ଇତି କର୍ମଣଃ – ଏହି କାଳ ସବୁ ପ୍ରାଣିମାନଙ୍କର ବିନାଶ କରିଥାଏ, ତେଣୁ ଗତ୍ୟର୍ଥକ କାଳ ଧାତୁରୁ କାଳୟତି ଏପରି ନିର୍ବଚନ ଯୋଗରେ କାଳ ଶବ୍ଦର ଉତ୍ପତ୍ତି ହୋଇଛି। କୁଶିକଃ କ୍ରୋଶତେଃ ଶବ୍ଦକର୍ମଣଃ – କୁଶିକ(ବିଦ୍ୱାନ୍) ସବୁବେଳେ ଉଚ୍ଚ ସ୍ୱରରେ ଉପଦେଶ କରିଥାଏ କି ଭଲ କାମ କର, ଶବ୍ଦାର୍ଥକ କ୍ରୁଶ୍ ଧାତୁରୁ କୁଶିକ ଶବ୍ଦ ଆସିଛି। କ୍ରଂଶତେର୍ବା ସ୍ୟାତ୍ ପ୍ରକାଶୟତି-କର୍ମଣଃ।(ଧର୍ମପ୍ରକାଶକ)
-
Hello world!
Welcome to WordPress. This is your first post. Edit or delete it, then start writing!